ଆକାଶ ଛୁଆଁ  ଦର ,ଉଭାନ ହେଲାଣି ଆଳୁ

ଆକାଶ ଛୁଆଁ  ଦର ,ଉଭାନ ହେଲାଣି ଆଳୁ

ବଜାରରେ ଏବେ ଆକାଶ ଛୁଆଁ  ଆଳୁ ଦର । ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲାଗୁନି ଲଗାମ । କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ଖାଉଟି। ଭୁବନେଶ୍ବରରେ ୬୦ ଟଙ୍କାରେ ଆଳୁ ବିକ୍ରି ହେଉଥିବାବେଳେ ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି। ତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ।  ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଗୋଦାମରେ ମହଜୁଦ ନାହିଁ ଯଥେଷ୍ଠ ଆଳୁ । ସେହିଭଳି ଲୁଚାଛପାରେ ଆସୁଥିବା ଆଳୁ ଗାଡି ଆଉ ରାଜ୍ୟର ଆବଶ୍ୟକତା ପୂରଣ କରିପାରିବ ନାହିଁ ବୋଲି ହେଉଛି ଚର୍ଚ୍ଚା । ସେପଟେ ନାଫେଡ ଜରିଆରେ ଉତରପ୍ରଦେଶରୁ ଆଳୁ ଆସିବ ବୋଲି ମିଳିଛି ସୂଚନା।