ଆଜିଠାରୁ ରାଜ୍ୟରେ ବଢ଼ିବ ତାତି

Mar 10, 2025 - 12:23
 0  1
ଆଜିଠାରୁ ରାଜ୍ୟରେ ବଢ଼ିବ ତାତି

ଆଜିଠାରୁ ରାଜ୍ୟରେ ବଢ଼ିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ତାପମାତ୍ରା । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି  ୪୦ ଡିଗ୍ରୀ ଟପିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର  ରିଲିଫ କମିଶନର । ରବିବାର ୩୮.୫ ଡିଗ୍ରୀ ରେକର୍ଡ ସହ ସବୁଠୁ ତତଲା ଜିଲ୍ଲା ପାଲଟିଥିଲା ବୌଦ୍ଧ । ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ  ବଲାଙ୍ଗୀରରେ ୩୭.୪, ସୋନପୁରରେ  ୩୭.୨, ଭବାନୀପାଟଣାରେ ୩୭  ଡିଗ୍ରୀ ହୋଇଛି ରେକର୍ଡ । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ  ୩୩ ଡିଗ୍ରୀ ରହିଥିଲା  ତାପମାତ୍ରା । 

What's Your Reaction?

like

dislike

love

funny

angry

sad

wow