ଆସିଲା ବାତ୍ୟା ‘ଦାନା’ର ସମ୍ଭାବ୍ୟ ଗତିପଥ,ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

Oct 21, 2024 - 12:08
 0  3
ଆସିଲା ବାତ୍ୟା ‘ଦାନା’ର ସମ୍ଭାବ୍ୟ ଗତିପଥ,ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ହୋଇଛି ପରିଣତ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ କରିବ ଗତି । ୨୨ ତାରିଖରେ ନେବ ଅବପାତ ରୂପ। ୨୩ ତାରିଖରେ ବାତ୍ୟାରେ ହେବ ପରିଣତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଆଗେଇବ। ୨୪ ତାରିଖ ସକାଳେ ଛୁଇଁବ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ। ସମୁଦ୍ରରେ ଧୀରେ ଧୀରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଗୁରୁବାର ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗରେ କରିପାରେ ପ୍ରବେଶ।ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ତେବେ ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ, ସେ ନେଇ ବିଭିନ୍ନ ପାଣିପାଗ ମଡେଲ କରିଛନ୍ତି ଭିନ୍ନ ଭିନ୍ନ ପୂର୍ବାନୁମାନ ।‘ଦାନା’କୁ ନେଇ ସମସ୍ତ  ସରକାରୀ କର୍ମଚାରୀଙ୍କ ଛୁଟି ହୋଇଛି ବାତିଲ। ସେପଟେ ବାତ୍ୟା ‘ଦାନା’ ପାଇଁ ସତର୍କ ଅଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ । ଅନ୍ୟପଟେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ । 

What's Your Reaction?

like

dislike

love

funny

angry

sad

wow