ଓଏଏସ ଅଧିକାରୀଙ୍କୁ ସରକାରଙ୍କ କଡା ତାଗିଦ୍

ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବା ଓଏଏସ ଅଧିକାରୀଙ୍କୁ ଓଡିଶା ସରକାରଙ୍କ କଡା ଚେତାବନୀ । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ ୧୧ ତାରିଖରୁ କରାଯିବ ନିଲମ୍ବନ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।ନଭେମ୍ବର ୨୬ତାରିଖରେ କିଛି ଓଏଏସ ଅଧିକାରୀଙ୍କୁ ବଦଳି କରାଯିବା ସହ ଦିଆଯାଇଥିଲା ନୂଆ ଦାୟିତ୍ବ। କିନ୍ତୁ ବାରମ୍ବାର ତାଗିଦ ସତ୍ତ୍ବେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କିଛି ଅଧିକାରୀ । ତେଣୁ ଜିଲ୍ଲାପାଳ ଓ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ବି କାର୍ଯ୍ୟରେ ଯୋଗଦେଇନାହାନ୍ତି କିଛି ଅଧିକାରୀ।
What's Your Reaction?






