କଲେଜ ଛାତରୁ ପଡି ଅଧ୍ୟାପିକାଙ୍କ ମୃତ୍ୟୁ

Jun 21, 2024 - 14:46
 0  7
କଲେଜ ଛାତରୁ ପଡି ଅଧ୍ୟାପିକାଙ୍କ ମୃତ୍ୟୁ

ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ । ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ ବର୍ଷା।ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ହୋଇଥିଲେ ଗୁରୁତର। ତାଙ୍କୁ ଏକ ଘରୋଇ ହାସପାତାଳରେ ଭର୍ତ୍ତିକରାଯାଇଥିବାବେଳେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ମିଳିଛି ସୂଚନା।ସେପଟେ ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି ବୋଲି ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିପାରି ନାହିଁ କୌଣସି ପ୍ରତିକ୍ରିୟା। ଘଟଣାର ତଦନ୍ତ କରୁଛି ପୁଲିସ ।

What's Your Reaction?

like

dislike

love

funny

angry

sad

wow