ଖୋଲୁଛି ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ଗୁମର

Jul 31, 2024 - 17:48
 0  3
ଖୋଲୁଛି  ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ଗୁମର

ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ଖୋଲୁଛି ଗୁମୁର । ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଠିକାଦାର। ସେ କହିଛନ୍ତି ଯେ, ଲାଞ୍ଚ ନେବାରେ ଧୁରନ୍ଧର ଥିଲେ ନିବେଦିତା ମ୍ଯାଡମ। ବାଳକାଟିରୁ ମଟନ, ପାରାଦୀପରୁ ଇଲିସି, ଦୟା ନଦୀରୁ ଛଟା ଚିଙ୍ଗୁଡ଼ି ,ଦେଶୀ ମାଛ ଆଣିବାକୁ କରୁଥିଲେ ଡିମାଣ୍ଡ। କଥା କଥାକେ ମାଗୁଥିଲେ ପିସି।ସୂଚନାଯୋଗ୍ୟ ଯେ, କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା । ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନ କରି ବାକି ଟଙ୍କା ମାଗୁଥିଲେ। ଏହା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର। ଗତକାଲି ୫୦ ହଜାର ଲାଞ୍ଚ ନେଉଥିବା ବେଳେ ନିବେଦିତା ମହାନ୍ତିଙ୍କୁ ଧରିଥିଲା ଭିଜିଲାନ୍ସ।। ସମସ୍ତ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇ ଏକକାଳୀନ ୨ ଟି ସ୍ଥାନରେ କରାଯାଉଛି ଚଢାଉ।  ମାମଲା ରୁଜୁ କରି ତଦନ୍ତ କରୁଛି ଭୁବନେଶ୍ୱର ଭିଜିଲାନ୍ସ। 

What's Your Reaction?

like

dislike

love

funny

angry

sad

wow