ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Sep 11, 2024 - 11:50
 0  1
ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ ଗଣେଶ ମେଢ଼ ଭସାଣି ଉତ୍ସବ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ହୋଇଛନ୍ତି ଆହତ। ମୃତକ ହେଲେ ସୂର୍ଯ୍ୟକାନ୍ତ ସାମଲ। ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ହେଉଥିଲା  ଗଣେଶ ମୂର୍ତ୍ତି ଭସାଣି।ଏହି ସମୟରେ  ଦୁଇ ଗାଁର ପିଲା ହୋଇଥିଲେ ମୁହାଁମୁହିଁ । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇ ହୋଇଥିଲା  ଛୁରା ଓ ଭୁଜାଲି ଆକ୍ରମଣ । ପୁଲିସ ପହଞ୍ଚିବା ପରେ ଥମିଥିଲା ଉତ୍ତେଜନା ।

What's Your Reaction?

like

dislike

love

funny

angry

sad

wow