ଗନ୍ଧମାର୍ଦ୍ଦନ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କଲେ ବିରୋଧୀ

Nov 20, 2024 - 16:09
 0  3
ଗନ୍ଧମାର୍ଦ୍ଦନ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କଲେ ବିରୋଧୀ

ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ। ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂଦେଓ। ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିବା ସହ ଆହୁରି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଅଛି କି ? ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହେବ । ଚୁପ୍ ରହିଲେ ଦ୍ୱନ୍ଦ୍ବ ବଢିବ । ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ ପ୍ରଥମ ଦିନରୁ ସ୍ପଷ୍ଟ କରିଥାନ୍ତେ ।  ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ ।  ୧୯୮୦ରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିଲା ବଡ଼ ଆନ୍ଦୋଳନ । ଲୋକଙ୍କ ଭାବାବେଗ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲେ ସରକାର ସ୍ପଷ୍ଟୀକରଣ ରଖିବାର ରହିଛି ଆବଶ୍ୟକତା । ଗନ୍ଧମାର୍ଦ୍ଦନକୁ ନେଇ ଲୋକଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଅଛି ବୋଲି କହିଛନ୍ତି କଳିକେଶ ।ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପ୍ରହେଳିକା ସୃଷ୍ଟି କରୁଛନ୍ତି ବିଜେଡି ଓ କିଛି ଲୋକ । ୧୯/୧୦/୨୪ରେ ଚିଠି କରିସାରିଛି ଓଡ଼ିଶା ବାୟୋ ଡ଼ାଇଭରସିଟି ବୋର୍ଡ। ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ସେ ଅଞ୍ଚଳର ଭାବାବେଗ ସହ ଜଡିତ ଗନ୍ଧମାର୍ଦ୍ଦନ ପର୍ବତ । ୨୪ ବର୍ଷରେ ଯାହା କରିଛନ୍ତି ତାର ଉତ୍ତର ଦେଇନାହାନ୍ତି । ଝାରସୁଗୁଡା ଜିଲ୍ଲାରେ ଆଜି ପରିବେଶ ନଷ୍ଟ କିଏ କରିଛି ବୋଲି ସେ କରିଛନ୍ତି ପ୍ରଶ୍ନ। ପ୍ରଥମ ଥର ପାଇଁ ସରକାର ସବୁ ଦଳ ବିଧାୟକଙ୍କୁ ବସାଇ ନିଆଯାଇଛି ପରାମର୍ଶ।  ପ୍ରମାଣ ଦିଅନ୍ତୁ ଆମେ ବି ପ୍ରମାଣ ଦେବୁ । ତର୍କ ବିତର୍କ କରନ୍ତୁ ଉତ୍ତର ଦିଆଯିବ ବୋଲି କହିଛନ୍ତି ଟଙ୍କଧର।ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଦେଲେ କେବେ କ୍ଷମା ଦେବେନି ଓଡ଼ିଶାବାସୀ । ଏହାକୁ ବରଦାସ୍ତ କରିବନି କଂଗ୍ରେସ । ଗନ୍ଧମାର୍ଦ୍ଦନ ପର୍ବତ ଯଦି ଯିବ ବିଧାନସଭା ଭାଙ୍ଗିଦେବୁ । ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦେବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି।

What's Your Reaction?

like

dislike

love

funny

angry

sad

wow