ଗୋପାଳପୁର ଗଣବଳାତ୍କାର ଘଟଣା:ସିସିଟିଭିରେ କଏଦ ଅଭିଯୁକ୍ତଙ୍କ ଅପରାଧ ଦୃଶ୍ୟ

In the Gopalpur gangrape case, Crime Branch DG Binaytosh Mishra has shared a major update. He stated that the accused’s criminal act has been captured on CCTV. Significant digital evidence has been found against the accused. The mobile phones of the 10 arrested individuals have been seized and sent to SFSL (State Forensic Science Laboratory) for analysis. If needed, the accused will be taken on remand. The DG confirmed that there is enough evidence against the accused. On the other hand, a case has been registered with the National Human Rights Commission (NHRC) regarding the Gopalpur gangrape. The NHRC has taken suo motu cognizance of the matter. The Chief Secretary and Director General of Police have been instructed to submit a report within two weeks.

Jun 23, 2025 - 16:38
 0  1
ଗୋପାଳପୁର ଗଣବଳାତ୍କାର ଘଟଣା:ସିସିଟିଭିରେ କଏଦ ଅଭିଯୁକ୍ତଙ୍କ ଅପରାଧ ଦୃଶ୍ୟ

ଗୋପାଳପୁର ଗଣବଳାତ୍କାର ଘଟଣାରେ ଏକ ବଡ଼ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ କହିଛନ୍ତି ଯେ, ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତଙ୍କ ଅପରାଧ ଦୃଶ୍ୟ। ଅଭିଯୁକ୍ତଙ୍କ ବିରୋଧରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ। ଗିରଫ ୧୦ ଅଭିଯୁକ୍ତଙ୍କ ମୋବାଇଲ ଜବତ କରି ପଠାଯାଇଛି ଏସ୍‌ଏଫ୍‌ଏସ୍‌ଏଲ୍‌କୁ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ଅଣାଯିବ ରିମାଣ୍ଡରେ। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ ଡିଜି ।ଅନ୍ୟପକ୍ଷରେ ଗୋପାଳପୁର ଗଣବଳାତ୍କାର ମାମଲାରେ ଏନ୍‌ଏଚ୍‌ଆର୍‌ସିରେ  ରୁଜୁ କରାଯାଇଛି ମାମଲା। ନିଜ ଆଡୁ ମାମଲା ରୁଜୁ କରିଛି ଏନ୍‌ଏଚ୍‌ଆର୍‌ସି। ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow