ଛତିଶଗଡରେ ପୁଣି ଏନକାଉଣ୍ଟର, ୪ ମାଓବାଦୀ ନିହତ

ଛତିଶଗଡ ଅବୁଜମାଡ ଜଙ୍ଗଲରେ ପୁଣି ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଛନ୍ତି ଜଣେ ଯବାନ। କୋଣ୍ଡାଗାଓ, ନାରାୟଣପୁର ଓ ଦନ୍ତେୱାଡା ଜିଲ୍ଲାର ଡିଆରଜି ଓ ଏସଟିଏଫ ବାହିନୀର ମିଳିତ ନକ୍ସଲ ବିରୋଧୀ ଅଭିଯାନ ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଘଟଣା ସ୍ଥଳରୁ AK-47 ଓ SLR ପରି ଅନେକ ଅତ୍ୟାଧୁନିକ ବନ୍ଧୁକ ହୋଇଛି ଜବତ। ମାଓବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି ମୂଖ୍ୟ କନେଷ୍ଟବଳ ସନ୍ନୁ କରାମ।
What's Your Reaction?






