ଜମ୍ମୁ ଓ କାଶ୍ମୀର ଲାଗି ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

Aug 26, 2024 - 12:10
 0  5
ଜମ୍ମୁ ଓ କାଶ୍ମୀର ଲାଗି ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

 ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଆଜି ୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାଜପା।ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଦଳ। ସେପ୍ଟେମ୍ବର-ଅକ୍ଟୋବରରେ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ଏଥିରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୮ ସେପ୍ଟେମ୍ବରରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୫ ସେପ୍ଟେମ୍ବରରେ ଏବଂ ତୃତୀୟ ପର୍ଯ୍ୟାୟରେ ପ୍ରଥମ ଅକ୍ଟୋବରରେ କରାଯିବ ଭୋଟିଂ । ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ।

What's Your Reaction?

like

dislike

love

funny

angry

sad

wow