ଜର୍ଜିଆରେ ୧୨ ଭାରତୀୟ ମୃତ

ୟୁରୋପୀୟ ଦେଶ ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ । ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ କରାଯାଉଛି ଆଶଙ୍କା । ଏନେଇ ସୂଚନା ଦେଇଛି ଜର୍ଜିଆର ରାଜଧାନୀ ତିବ୍ଲିସିସ୍ଥିତ ଭାରତୀୟ ଦୂତାବାସ । ସମସ୍ତ ମୃତ ୧୨ ଭାରତୀୟ ନାଗରିକ ଗୁଡୈରିସ୍ଥିତ ଉକ୍ତ ରିସର୍ଟରେ ଥିବା ହଓ୍ବେଲୀ ରେଷ୍ଟୁରାଣ୍ଟର ଥିଲେ କର୍ମଚାରୀ। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ଜଣାପଡ଼ିବ ମୃତ୍ୟୁର ସଠିକ କାରଣ। ଘଟଣାକୁ ନେଇ ଜାରି ରହିଛି ତଦନ୍ତ । ତେବେ ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଦିଗରେ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଭାରତୀୟ ଦୂତାବାସର ଅଧିକାରୀ।
What's Your Reaction?






