ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବେ ଟେଲିକମ୍ କମ୍ପାନୀ । ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ଯୋଜନା ଆଣିବାକୁ ଦିଆଯାଇଛି ନିର୍ଦ୍ଦେଶ। ଏଥିପାଇଁ ରହିବ ସ୍ବତନ୍ତ୍ର ଟାରିଫ ଭାଉଚର । ଏହାଦ୍ବାରା ଡାଟା ବ୍ୟବହାର କରୁନଥିବା ଗ୍ରାହକମାନେ ହୋଇପାରିବେ ଉପକୃତ । ସେହିପରି ୯୦ ଦିନିଆ ସ୍ବତନ୍ତ୍ର ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ ।
Jangyaseni Parida