ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା। ବିଜେପି, କଂଗ୍ରେସ ସମସ୍ତଙ୍କୁ ପଛରେ ପକାଇ ବିଧାୟକ ହେବେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ। ହରିଆଣାର ହିସାର ଆସନରୁ  ୧୮ ହଜାରରୁ ଅଧିକ ଭୋଟରେ ସେ ହୋଇଛନ୍ତି ବିଜୟୀ। ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସ ରାରାଙ୍କୁ ସେ କରିଛନ୍ତି ପରାସ୍ତ। ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା। ସେ ଦେଶର ସବୁଠାରୁ ଧନୀ ମହିଳା ଭାବେ ମଧ୍ୟ ବେଶ୍ ପରିଚିତ।