୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

Jun 10, 2024 - 16:03
 0  1
୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୩୫ ହଜାର ଜନତା । ଏଥିପାଇଁ ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ ନଜର ରଖିଛି କମିସନରେଟ୍‌ । ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି । ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ୟ୍ୟନ୍ତ ସବୁଠି କରାଯିବ ପୁଲିସ ଛାଉଣୀ । ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ  ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ। ତେବେଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇସାରିଥିଲେ ହେଁ ଏଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ କୌଣସି ଘୋଷଣା କରିନାହିଁ ବିଜେପି । ଇତିମଧ୍ୟରେ ବିଜେପି ସଂସଦୀୟ ବୋର୍ଡ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେମାନେ ଓଡ଼ିଶା ଆସିବେ ଓ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ। ସେଠାରେ ସର୍ବସମ୍ମତିକ୍ରମେ ଘୋଷଣା କରାଯିବ ମୁଖ୍ୟମନ୍ତ୍ରୀଙ୍କ ନାଁ । 

What's Your Reaction?

like

dislike

love

funny

angry

sad

wow