ନଡ଼ା ଜାଳିଲେଦେବାକୁ ହେବ ଦୁଇ ଗୁଣା ଜରିମାନା
ଏଣିକି ନଡ଼ା ଜାଳିଲେ ମିଳିବନି ତ୍ରାହି, ଦେବାକୁ ହେବ ଦୁଇ ଗୁଣା ଜରିମାନା । ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଦୂଷଣ ପାଇଁ ମୁଖ୍ୟ ଭାବେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ କରାଯାଉଛି ଦାୟୀ । ସର୍ବୋଚ୍ଚଅଦାଲତଙ୍କ ତାଗିଦ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ନିୟମ ଅନୁସାରେ ନଡ଼ା ଜାଳିଲେ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ଦେବାକୁ ପଡିବ ୩୦ ହଜାର ଟଙ୍କା ଜରିମାନା। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ୫ ହଜାର ଟଙ୍କା ଏବଂ ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ ।
What's Your Reaction?