ବିଜେପି ବିରୋଧରେ ରେବନ୍ତଙ୍କ ସାଂଘାତିକ ଅଭିଯୋଗ :ଏସଆଇଆର ମାଧ୍ୟମରେ ବିଜେପି ଜିତିବା ପାଇଁ କରୁଛି ଷଡ଼୍ଯନ୍ତ୍ର !
ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ ବ୍ୟବହାର କରି ବିଜେପି ତେଲେଙ୍ଗାନା ନିର୍ବାଚନ ଜିତିବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ସେ ଦାବି କରିଛନ୍ତି ।
କେବଳ ସେତିକି ନୁହେଁ, ଏହି କାର୍ଯ୍ୟରେ ରାଜ୍ୟର ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି (BRS) ମଧ୍ୟ ବିଜେପିକୁ ସହଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି ।
ତେଲେଙ୍ଗାନା ରାଜନୀତିରେ ଏବେ ଭୋଟର ତାଲିକାକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଜେପି ଉପରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ ବ୍ୟବହାର କରି ବିଜେପି ତେଲେଙ୍ଗାନା ନିର୍ବାଚନ ଜିତିବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ସେ ଦାବି କରିଛନ୍ତି । କେବଳ ସେତିକି ନୁହେଁ, ଏହି କାର୍ଯ୍ୟରେ ରାଜ୍ୟର ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି (BRS) ମଧ୍ୟ ବିଜେପିକୁ ସହଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି ।
କୋଡାଙ୍ଗାଲସ୍ଥିତ ନିଜ ବାସଭବନରେ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ସମ୍ବୋଧିତ କରି ରେଡ୍ଡୀ କହିଛନ୍ତି ଯେ, ବିଜେପି ପୂର୍ବରୁ ପଶ୍ଚିମବଙ୍ଗ, ବିହାର ଏବଂ ମହାରାଷ୍ଟ୍ରରେ ମଧ୍ୟ ସମାନ କାର୍ଯ୍ୟ କରିଛି । ଏବେ ତେଲେଙ୍ଗାନାରେ ଏହାର ପୁନରାବୃତ୍ତି କରିବାକୁ ଦଳ ଚାହୁଁଛି। ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଭୋଟ୍ ବ୍ୟାଙ୍କ କୁହାଯାଉଥିବା ଏସସି , ଏସଟି ଏବଂ ସଂଖ୍ୟାଲଘୁ ଭୋଟରମାନଙ୍କୁ ଟାର୍ଗେଟ କରାଯାଉଛି । ଛୋଟ ଛୋଟ ତ୍ରୁଟିକୁ ବାହାନା କରି ସେମାନଙ୍କ ନାମ ଭୋଟର ତାଲିକାରୁ କାଟିବାକୁ ଯୋଜନା ଚାଲିଛି ।
ଅଗଷ୍ଟ ୧୭ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକା ଅନୁଯାୟୀ, ଅନୁପସ୍ଥିତ, ସ୍ଥାନାନ୍ତରିତ କିମ୍ବା ମୃତ ବର୍ଗରେ ପ୍ରାୟ ୭୩ ଲକ୍ଷ ୩୯ ହଜାର ନାମ ବାଦ ଦିଆଯାଇଛି । ସେହିପରି ଅନ୍ୟ ୯୨ ଲକ୍ଷ ୮୮ ହଜାର ଭୋଟରଙ୍କ ନାମରେ ଅସଙ୍ଗତି ରହିଥିବା ଚିହ୍ନଟ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର ।
ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି, "ପୂର୍ବରୁ ବିରୋଧୀଙ୍କୁ ଦବାଇବା ପାଇଁ କେନ୍ଦ୍ର ସରକାର ଇଡି ଏବଂ ସିବିଆଇ ଭଳି ସଂସ୍ଥାକୁ ବ୍ୟବହାର କରୁଥିଲେ। ଏବେ ସେମାନେ ଭୋଟରଙ୍କ ନାମ ଡିଲିଟ୍ କରିବାର ନୂଆ କୌଶଳ ଆପଣାଉଛନ୍ତି।" ଯଦି ବିଜେପି ଏପରି କରିବାକୁ ଚେଷ୍ଟା କରେ, ତେବେ ତେଲେଙ୍ଗାନାର ଜନତା ଚୁପ୍ ରହିବେ ନାହିଁ ଏବଂ କଂଗ୍ରେସ ଏହାକୁ କଡ଼ା ବିରୋଧ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ କଂଗ୍ରେସ କର୍ମୀମାନଙ୍କୁ ସତର୍କ ରହିବାକୁ ରେଡ୍ଡୀ ପରାମର୍ଶ ଦେଇଛନ୍ତି । ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ସହ ସମନ୍ୱୟ ରଖିବାକୁ ଏବଂ ପ୍ରତ୍ୟେକ ନେତାଙ୍କୁ ଚାରୋଟି ଗାଁର ଦାୟିତ୍ୱ ନେବାକୁ ସେ କହିଛନ୍ତି ।
What's Your Reaction?