ଶ୍ରୀମଦ୍ ଭଗବତ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ମିଳିଲା ବିଶ୍ବ ମାନ୍ୟତା

ଶ୍ରୀମଦ୍ ଭଗବତ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ମିଳିଲା ବିଶ୍ବ ମାନ୍ୟତା । ଉଭୟ ଐତିହକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ କରାଯାଇଛି ସାମିଲ । ଏହାକୁ ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିବା ସହ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଏଥିରେ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।
What's Your Reaction?






