ଯଶପ୍ରିତ ବୁମରାହଙ୍କୁ ମିଳିଲା ବଡ ସମ୍ମାନ, ଇତିହାସ ରଚିଲେ ସ୍ମୃତି ମନ୍ଦାନା

Jan 27, 2025 - 18:23
 0  1
ଯଶପ୍ରିତ ବୁମରାହଙ୍କୁ ମିଳିଲା ବଡ ସମ୍ମାନ, ଇତିହାସ ରଚିଲେ ସ୍ମୃତି ମନ୍ଦାନା

ଯଶପ୍ରିତ ବୁମରାହଙ୍କୁ ମିଳିଲା ବଡ ସମ୍ମାନ।  ତାଙ୍କୁ ୨୦୨୪ର ସର୍ବୋତ୍ତମ କ୍ରିକେଟର ଭାବେ ଚୟନ କରିଛି ଆଇସିସି। ଆଗାମୀ ମାସରେ ପାକିସ୍ତାନର ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବ ଭାରତୀୟ ଦଳ । ଆଉ ଏହା ପୂର୍ବରୁ ଭାରତ ପାଇଁ ଆସିଛି ଭଲ ଖବର ।୨୦୨୪ରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକା ଓ୍ବିକେଟ ହାସଲ କରିଥିଲେ ଯଶପ୍ରିତ ବୁମରାହ। ସେ ୨୦୨୪ରେ ଖେଳିଥିଲେ ମୋଟ ୧୩ ଟେଷ୍ଟ ମ୍ୟାଚ , ଯେଉଁଥିରେ ୧୪.୯୨ ଆଭରେଜରେ ନେଇଥିଲେ ୭୧ ଓ୍ବିକେଟ । ସେହିପରି ବୁମରାହ ୩୨ ଓ୍ବିକେଟ ସହ ବର୍ଡର ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକା ଓ୍ବିକେଟ ନେଇଥିବା ଖେଳାଳି ଭାବେ ହୋଇଥିଲେ ବିବେଚିତ  । ଏହି ପ୍ରଦର୍ଶନ ଆଧାରରେ ବୁମରାହଙ୍କୁ ମେନ୍ସ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଭାବେ ଚୟନ କରିଛି ଆଇସିସି। ଅନ୍ୟପଟେ ଇତିହାସ ରଚିଲେ ସ୍ମୃତି ମନ୍ଦାନା । ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ୨୦୨୪ ପାଇଁ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କୁ ବିଜୟୀ ବୋଲି କରାଯାଇଛି ଘୋଷଣା। ନିଜର ଜୀବନକାଳରେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମନ୍ଦାନା। ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ସେ ହାସଲ କରିଛନ୍ତି ଏହି ସଫଳତା ।

What's Your Reaction?

like

dislike

love

funny

angry

sad

wow