ସାପ ଦେଖାଇ ଅପହରଣ ଘଟଣାରେ ଗଞ୍ଜାମ ଏସ୍‌ପିଙ୍କ ବଡ଼ ସୂଚନା

Jan 27, 2025 - 16:48
 0  2
ସାପ ଦେଖାଇ ଅପହରଣ ଘଟଣାରେ ଗଞ୍ଜାମ ଏସ୍‌ପିଙ୍କ ବଡ଼ ସୂଚନା

 ଗଞ୍ଜାମ ଚିକିଟି ଅପହରଣ ଘଟଣାରେ ଖୋଲୁଛି ଗୁମର । ଦିଲ୍ଲୀରୁ ଆସିଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀଙ୍କୁ ଧରି  ୨କୋଟି ଟଙ୍କା ମାଗିଥିଲେ ଦୁର୍ବୃତ୍ତ  ।  ଟଙ୍କା ନଦେଲେ ନାଗ ସାପ ଚୋଟରେ ମାରିଦେବାକୁ ଦେଇଥିଲେ ଧମ  । ଅଭିଯୋଗ ପରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଛି ପଚରାଉଚରା କରୁଛି ପୁଲିସ । ତେବେ ଘଟଣାରେ ୪ରୁ ୫ ଜଣଙ୍କ ସମ୍ପୃକ୍ତି ଥିବା ନେଇ କହିଛନ୍ତି ଗଞ୍ଜାମ ଏସପି। ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ। ଦୁଇ କୋଟି ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି  ଦେଉଥିଲେ ଧମକ ଚମକ। ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି କରୁଥିଲେ ଅତ୍ୟାଚାର । ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଉଦ୍ଧାର ପାଇଁ ହୋଇଥିଲେ ନେହୁରା । ଏନେଇ ଖବର ପାଇବା ପରେ ଅଟକ ୩ ଜଣଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରିଛି ପୋଲିସ । ପୋଲିସ ପହଞ୍ଚିବା ପର୍ବରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ପରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।ସେହିପରି ସାପକୁ ଉଦ୍ଧାର କରି ବନ ବିଭାଗକୁ କରାଯାଇଛି ହସ୍ତାନ୍ତର । ବାସ୍ତବରେ ଲୋନ୍‌ ଦେବା ନା ଗଞ୍ଜେଇ କାରବାରକୁ ନେଇ ଏଭଳି କାଣ୍ଡ ହୋଇଛି ସେ ନେଇ ଅଧିକ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

What's Your Reaction?

like

dislike

love

funny

angry

sad

wow