ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ୬ ଆହତ
A passenger aircraft met with an accident in Rourkela. According to information, the aircraft crashed while making an emergency landing. As a result, six people, including the pilot, were seriously injured. All the injured were rescued and admitted to a nearby hospital for treatment. As per reports, a small aircraft was flying from Bhubaneswar to Rourkela with six passengers onboard, including the pilot. While the aircraft was flying over the skies of southern Rourkela, a sudden technical snag was noticed. Following this, the pilot attempted an emergency landing, but the aircraft reportedly lost balance and crashed.
ରାଉରକେଲାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିଳିଛି ସୂଚନା । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ହୋଇଛନ୍ତି ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହାସପାତାଳରେ କରାଯାଇଛି ଭର୍ତ୍ତି।ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ଯାତ୍ରା କରୁଥିଲେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍ ଦେଖିବାକୁ ମିଳିଥିଲା ଯାନ୍ତ୍ରୀକି ତ୍ରୁଟି। ଏହାପରେ ପାଇଲଟ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନଟି।
What's Your Reaction?