ରାଜସ୍ଥାନ କୋଟାରେ ଓଡ଼ିଆ ପୁଅଙ୍କ ମୃତ୍ୟୁ : ମୃତ୍ୟୁକୁ ନେଇ ପରିବାର ଲୋକ ଆଣିଲେ ଅଭିଯୋଗ
ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆଜି ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଟିଟିଆ ଗାଁରେ ପହଞ୍ଚିଛି ଅଭିଜିତ୍ ଗିରିଙ୍କ ମୃତଦେହ । ଅଭିଜିତଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ପୁଅର ଅକାଳ ବିୟୋଗରେ ମର୍ମାହତ ହୋଇ ମା ଏବଂ ବଡ଼ମାଆ ଶବକୁ ଆଣି ମ୍ୟାଗି ଖୁଆଉଥିବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।ଅଭିଜିତ ଗିରି କୋଟାରେ ରହି ଜେଇଇ କୋଚିଂ ନେଉଥିବା ବେଳେ ସେ ଆତ୍ମହତ୍ୟା କରିଥିବାର ଆସିଥିଲା ଖବର । ପୁଅ ଭଲ ପାଠ ପଢ଼ୁଥିବା ବେଳେ ସେ ଆତ୍ମହତ୍ୟା କରି ନପାରେ, ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ମୃତଦେହ ଆଣିବାକୁ ଯାଇଥିବା ଭାଇ ଏବଂ ବାପା ମଧ୍ୟ ମେସରେ ପୁଅର ଝୁଲନ୍ତା ମୃତଦେହ ଦେଖିବା ପରେ ତାକୁ ମାରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି କୋଟା ଥାନାରେ ।
What's Your Reaction?