ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ
In the end, Pakistan has bowed before India. After India suspended the Indus Waters Treaty, a desperate Pakistan—anxious for every drop of water—is now ready for peace talks. Pakistan Prime Minister Shehbaz Sharif has expressed his willingness to engage in dialogue on key issues such as Kashmir, terrorism, the Indus Waters Treaty, and trade. Arriving in Tehran from Turkey, Shehbaz stated during a joint press conference that, “We are ready to hold discussions with India on issues like Kashmir, the Indus Waters Treaty, terrorism, and trade. We are neighbors, and peace is our priority. However, if India attacks, we will respond. But if India accepts our peace proposal, we are prepared for honest dialogue.”

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ, ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ବ୍ୟାକୁଳ ପାକିସ୍ତାନ ଶାନ୍ତି ଆଲୋଚନା ପାଇଁ ହୋଇଛି ପ୍ରସ୍ତୁତ । କଶ୍ମୀର, ଆତଙ୍କବାଦ, ସିନ୍ଧୁ ଜଳ ଚୁକ୍ତିନାମା ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ।। ତୁର୍କୀରୁ ତେହେରାନରେ ପହଞ୍ଚିଥିବା ଶେହବାଜ ସେଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ କଶ୍ମୀର, ସିନ୍ଧୁ ଜଳ ଚୁକ୍ତିନାମା, ଆତଙ୍କବାଦ ଏବଂ ବାଣିଜ୍ୟ ଭଳି ପ୍ରସଙ୍ଗରେ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଆମେ ପଡ଼ୋଶୀ ଏବଂ ଶାନ୍ତି ଆମର ପ୍ରାଥମିକତା। କିନ୍ତୁ ଯଦି ଭାରତ ଆକ୍ରମଣ କରେ, ତେବେ ଆମେ ଦେବୁ ଜବାବ। ଯଦି ଭାରତ ଆମର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରେ, ତେବେ ଆମେ ସଚ୍ଚୋଟ ଆଲୋଚନା ପାଇଁ ପ୍ରସ୍ତୁତ।
What's Your Reaction?






