ସର୍ବକାଳୀନ ନିମ୍ନସ୍ତରରେ ଭାରତୀୟ ଟଙ୍କାର ମୂଲ୍ୟ

Mar 21, 2026 - 18:28
 0  0
ସର୍ବକାଳୀନ ନିମ୍ନସ୍ତରରେ ଭାରତୀୟ ଟଙ୍କାର ମୂଲ୍ୟ

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ବେଳରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଖସିଆସିଛି ସର୍ବକାଳୀନ ନିମ୍ନ ସ୍ତରକୁ। ମୁଦ୍ରା ବିନିମୟ ବଜାର ଖୋଲିବାର ମାତ୍ର କିଛି ସମୟ ପରେ ୯୩ ଟଙ୍କାରୁ ଅଧିକ ହୋଇଯାଇଥିଲା ଏକ ଡଲାରର ବିନିମୟ ମୂଲ୍ୟ। କାରବାର ଶେଷ ବେଳକୁ ଖସି ଆସିଥିଲା ୯୩ ଟଙ୍କା ୭୧ ପଇସାକୁ। ଗୋଟିଏ ଦିନରେ ୮୨ ପଇସା ବଢ଼ିଛି ଡଲାରର ମୂଲ୍ୟ। ବିଶେଷ କରି ଇରାନ ବନାମ ଇସ୍ରାଏଲ ଯୁଦ୍ଧରେ ସାମିଲ ଥିବା ଆମେରିକା ପ୍ରଚଣ୍ଡ ଭାବରେ ଲଢ଼ୁଥିବାରୁ ପ୍ରଭାବିତ ହୋଇଛି ସମୁଦ୍ରପଥରେ ତୈଳ ଓ ଗ୍ୟାସ୍‌ ପରିବହନ Iବିଶ୍ବର ଏକ ପ୍ରମୁଖ ଅର୍ଥନୀତି ଭାବେ ବିବେଚିତ ହେଉଥିବା ଭାରତ ପ୍ରତି ସୃଷ୍ଟି ହୋଇଛି ବଡ଼ ବିପଦ। ଗତ ବୁଧବାର ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୯୨ ଟଙ୍କା ୬୩ ପଇସା।

What's Your Reaction?

like

dislike

love

funny

angry

sad

wow