ସୋଫିଆଙ୍କୁ ନେଇ ବଡ଼ କଥା କହିଲେ ମୋକିମ୍

Mar 21, 2026 - 18:47
 0  0
ସୋଫିଆଙ୍କୁ ନେଇ ବଡ଼ କଥା କହିଲେ ମୋକିମ୍

ଓଡ଼ିଶା ଜନତା କଂଗ୍ରେସରେ ସୋଫିଆଙ୍କର ଯୋଗଦାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତି ଯେ, ଲୋକ ପ୍ରତିନିଧି ମାନେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ  ଆସି ପାରିବେ ନାହିଁ ଆମ ଦଳକୁ। ଏବେ କଂଗ୍ରେସ ଦଳର ସଦସ୍ୟ ହୋଇଥିବାରୁ ଯୋଗ ଦାନ କରି ପାରିବେ ନାହିଁ ସୋଫିଆ ।  ମୁଁ  ଦୁଇ ମାସ ତଳେ ବହିଷ୍କୃତ ହୋଇଛି  କଂଗ୍ରେସ ଦଳରୁ। ମୋର କଂଗ୍ରେସ ସହ ନାହିଁ ଆଉ କୌଣସି ସମ୍ପର୍କ । ଏବେ 'ଓଡ଼ିଶା ଜନତା କଂଗ୍ରେସ' ନାଁରେ ମୁଁ ଗଢ଼ି ସାରିଛି ନୂଆ ଦଳ ।ତେବେ କଂଗ୍ରେସ କର୍ପୋରେଟର ମାନେ ନେଇ ପାରିବେ ନିଜ ନିଜର ନିଷ୍ପତ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ଚାହିଁବେ, ଓଡିଶା ଜନତା କଂଗ୍ରେସରେ ଯୋଗ ଦେଇ ପାରିବେ ବୋଲି କହିଛନ୍ତି ମହମ୍ମଦ ମୋକିମ।

What's Your Reaction?

like

dislike

love

funny

angry

sad

wow