ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗତକାଲି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ କ୍ଷୀର ଦେବାର ହୋଇଛି ଶୁଭାରମ୍ଭ।ଏହି ଯୋଜନାରେ ପିଲାଙ୍କ ପୋଷଣରେ ଭିଟାମିନ ରହିବା ପାଇଁକରାଯିବ ଅନେକ ବ୍ୟବସ୍ଥା । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ସଶକ୍ତ କରାଯିବ ଦୁଗ୍ଧ ଉତ୍ପାଦନ। ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବା ପାଇଁ କରାଯାଇଛି ବ୍ୟବସ୍ଥା । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ହେବ ଖର୍ଚ୍ଚ ।
What's Your Reaction?






