ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଣବ
ଭଙ୍ଗାଯାଇଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ବା ବବି ଦାସଙ୍କ ସରକାରୀ ବାସଭବନ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ । ତେବେ କେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଥିଲା ଏବଂ ଏବେ ଏହାକୁ କାହିଁକି ଭାଙ୍ଗୁଛନ୍ତି ତାହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଏହାକୁ ନେଇ ନିଜ ପ୍ରତିକ୍ରିୟାରେ ବବି କହିଛନ୍ତି ଯେ, ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା।ଏହି ଘର ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିଲା। ସମ୍ପୃକ୍ତ ଘରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଥିଲା।‘ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ ।ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବବି ଦାସ ।
What's Your Reaction?