ସର୍ବୋଚ୍ଛଅଦାଲତର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବି. ଆର୍ ଗୱାଇ

May 14, 2025 - 11:59
 0  4
ସର୍ବୋଚ୍ଛଅଦାଲତର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବି. ଆର୍ ଗୱାଇ

ଆଜି ସର୍ବୋଚ୍ଛଅଦାଲତର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗୱାଇ। ତାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଉନ୍ନୀତ ହେବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଦ୍ୱିତୀୟ ବିଚାରପତି ହୋଇଛନ୍ତି ଜଷ୍ଟିସ୍ ବି.ଆର୍. ଗୱାଇ।ଅନେକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ଅଂଶ ହେବା ସହିତ ସେ  ଶୁଣାଇଛନ୍ତି ବହୁ ଗୁରୁତ୍ବପୂର୍ଣ୍ଣ ରାୟ। ୨୦୨୫ ମସିହା ନଭେମ୍ବର ୨୩ ତାରିଖରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବେ ଜଷ୍ଟିସ୍  ଗୱାଇ

What's Your Reaction?

like

dislike

love

funny

angry

sad

wow