ସିରିଆରୁ ଉଦ୍ଧାର ହେଲେ ୭୫ ଭାରତୀୟ
ଅଶାନ୍ତ ସିରିଆରୁ ଉଦ୍ଧାର ହେଲେ ୭୫ ଭାରତୀୟ। ଲେବାନନ ରାସ୍ତା ଦେଇ ଏମାନେ ସମସ୍ତେ ଫେରୁଛନ୍ତି ଭାରତ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଛି ସୂଚନା। ଭାରତୀୟମାନେ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚି ସାରିଛନ୍ତି। ସେଠାରୁ ସମସ୍ତେ ବିମାନରେ ଆସିବେ ଭାରତ। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ସିରିଆରେ ଥିବା ବାକି ଭାରତୀୟମାନେ ଭାରତୀୟ ଦୂତାବାସ ସହ ସଂପର୍କରେ ରହିବା ଲାଗି ନିର୍ଦେଶ ଦେଇଛି ବିଦେଶ ମନ୍ତ୍ରାଳୟ ।ତେବେ ସିରିଆରେ ୧୧ ଦିନରେ ବିଦ୍ରୋହ ଯୋଗୁ ୧୪ ବର୍ଷର ଶାସନର ଘଟିଛି ପତନ । ଦେଶ ଛାଡି ପରିବାର ସହ ଯାଇ ଋଷିଆରେ ଆଶ୍ରୟ ନେଇଛନ୍ତି ସିରିଆ ରାଷ୍ଟ୍ରପତି ଅସର ଅଲ ଅସଦ। ବିଦ୍ରୋହୀଙ୍କୁ ନୂଆ ସରକାର ଗଢିବାକୁ ଆହ୍ବାନ ଦେଇଛନ୍ତି ସିରିଆ ପ୍ରଧାନମନ୍ତ୍ରୀ।
What's Your Reaction?