ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ କହିଛନ୍ତି ଯେ, ୨ ଦିନ ତଳେ ଯାହା ସମୀକ୍ଷା ହୋଇଥିଲା ୯୨ ଲକ୍ଷ ପାଖା ପାଖି ଲୋକେ ସୁଭଦ୍ରା ଯୋଜନା ପାଇଁ କରିଥିଲେ ଆବଦେନ। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇସାରିଛୁ। ଆଉ ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବଦେନ ବୋଧେ ଆସିଯାଇଥିବ। ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ଏବଂ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସମସ୍ତଙ୍କର ଭେରିଫିକେସନ କରିବେ ସରକାର। ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଞ୍ଚିବୁ। ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ହେବ ନାହିଁ ଏଭଳି ସ୍ଥିତି। ତେଣୁ ମାର୍ଚ୍ଚ ୮ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ଟି କିସ୍ତି ଟଙ୍କା।
What's Your Reaction?