ସ୍ବାମୀ ସହ କାରାଗାର ଗଲା ସହଦେବ ହତ୍ୟାଘଟଣାର ମୂଖ୍ୟ ଅଭିଯୁକ୍ତ ଲିପିକା

ସ୍ବାମୀ ସହ କାରାଗାର ଗଲା ସହଦେବ ହତ୍ୟାଘଟଣାର ମୂଖ୍ୟ ଅଭିଯୁକ୍ତ ଲିପିକା

ସ୍ବାମୀ ଳକ୍ଷ୍ମୀଧର ନାୟକ ସହ କାରାଗାର ଗଲା ସହଦେବ ହତ୍ୟାଘଟଣାର ମୂଖ୍ୟ ଅଭିଯୁକ୍ତ ଲିପିକା ନାୟକମଞ୍ଚେଶ୍ୱର ପୋଲିସର ସୂଚନା ଅନୁଯାୟୀ, , ଲିପିକା ଥିଲା ଧଳାଜହର ବେପାରୀ । ଆଉ ଏଥିପାଇଁ ବାରମ୍ବାର ତାକୁ ପୋଲିସ ହାତରେ ଧରାଉଥିଲା ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେବ । ତେଣୁ ସହଦେବଙ୍କୁ ରାସ୍ତାରୁ ହଟାଇ ଦେବାକୁ ଏଭଳି କାଣ୍ଡ ଭିଆଇଥିଲା ଲିପିକା । ଆଉ ଏହି ଗ୍ୟାଙ୍କରେ ସାମିଲ ହୋଇଥିଲେ ପାଞ୍ଚ ଜଣ ସଦସ୍ୟ । ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ଲକ୍ଷ୍ମୀର ସ୍ତ୍ରୀ ଲିପିକା, ସହଯୋଗୀ ରକୀ ନାୟକ, ଲକୀ ନାୟକ ଓ ରାକେଶ ନାୟକକୁ ଗିରଫ କରିଛି ପୋଲିସ । ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବେ ବି ଫେରାର ଅଛି । ସେପଟେ ସହଦେବଙ୍କ ନ୍ୟାୟ ଦାବିରେ  ୩ ଦଫା ଦାବି ନେଇ ଆଜି ବି ଭୂବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଭୁବନେଶ୍ୱର ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର କର୍ମଚାରୀ ।