ହରିୟାଣାରେ ଖାତା ଖୋଲି ପାରିଲାନି ଆପ୍

Oct 8, 2024 - 12:15
 0  2
ହରିୟାଣାରେ ଖାତା ଖୋଲି ପାରିଲାନି ଆପ୍

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଚାଲିଛି ଗଣତି । ରାଜ୍ୟରେ ୯୦ ଆସନ ମଧ୍ୟରେ ବିଜେପି ଆଗୁଆ ରହିଥିବାବେଳେ କଂଗ୍ରେସକୁ ଲାଗିଛି ବଡ ଝଟକା। ଯଦିଓ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ହରିୟାଣାରେ ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ କରିଛି ପ୍ରତିଦ୍ୱନ୍ଦ୍ୱିତା, ବର୍ତ୍ତମାନ ସୁଦ୍ଧା ଫଳାଫଳକୁ ଦେଖିଲେ, ହରିୟାଣାର ଲୋକମାନେ ଆପ୍ ପସନ୍ଦ କରୁନାଥିବା ଜଣା ପଡିଛି ।୯୦ ଟି ଆସନ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ କୌଣସି ଆସନରେ ଆଗରେ ନାହିଁ ଆମ୍ ଆଦମୀ ପାର୍ଟି।

What's Your Reaction?

like

dislike

love

funny

angry

sad

wow