୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ପହଞ୍ଚିବ ବିଜୁଳି

Sep 11, 2024 - 14:03
 0  3
୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ପହଞ୍ଚିବ ବିଜୁଳି

୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ କରାଯିବ ସଂଯୋଗ । ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ଯେ, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ ବସିବ କମିଟି ବୈଠକ।ସେହିପରି ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ବାର୍ତ୍ତା ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ଏନେଇ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ସବୁ ବିଧାୟକ । ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

What's Your Reaction?

like

dislike

love

funny

angry

sad

wow