ଅମାପ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୁବେର ଖଣି ଅଧିକାରୀ ତଥା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ତାଙ୍କ ଘରୁ ୪ କୋଟି ୨୭ ଲକ୍ଷ ୧୮ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଦଳ।ଏଥିସହ ତାଙ୍କ କାର୍ଯ୍ୟାଳୟ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥିବାବେଳେ ଘରୁ ପାଖାପାଖି ୧୩୦ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ସେହିପରି ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ହୋଇଛି ଠାବ। ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ସୃଷ୍ଠି କରିଛି ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ।ସୂଚନାଯୋଗ୍ୟ ଯେ, ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବବ୍ରତଙ୍କୁ ଧରିଥିଲା ଭିଜିଲାନ୍ସ ।
What's Your Reaction?