୩୫ଟି ଔଷଧ ଉପରେ ଲାଗିଲା କଟକଣା

୩୫ଟି ସ୍ଥିର ଡୋଜ୍ ମିଶ୍ରଣ ବା ନିଶ୍ଚିତ ଡୋଜ୍ ମିଶ୍ରଣ ଔଷଧର ଉତ୍ପାଦନ,ବିକ୍ରୟ ତଥା ବଣ୍ଟନ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।ଏହି ଔଷଧଗୁଡିକ ମଧ୍ୟରେ ରହିଛି ଯନ୍ତ୍ରଣା ଘାତକ, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ ଔଷଧ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତକୁ ଏନେଇ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ। ଏହି ପ୍ରତିବନ୍ଧକର ମୂଳ ଉଦ୍ଦେଶ୍ୟ ହେଉଛି ଅଣ ଅନୁମୋଦିତ ଔଷଧଗୁଡ଼ିକ ଯୋଗୁଁ ଜନସ୍ୱାସ୍ଥ୍ୟ ଉପରେ ହେଉଥିବା ବିପଦକୁ ରୋକିବା।
What's Your Reaction?






