୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଝଡବର୍ଷା ନେଇ ଆକଳନ କରିଛି ଭାରତ ପାଣିପାଗ ବିଭାଗ ।ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ରହିଛି ସମ୍ଭାବନା । ଏହି ସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ଅଛି ସମ୍ଭାବନା।ଏପ୍ରିଲ ୨୦ ତାରିଖରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବିଜୁଳି ଏବଂ ପବନ ସହିତ ହେବ ବର୍ଷା।
What's Your Reaction?






