ଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାଖି ପୂର୍ଣ୍ଣିମା? ଜାଣନ୍ତୁ ତିଥି

Aug 22, 2026 - 11:59
 0  2
ଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାଖି ପୂର୍ଣ୍ଣିମା? ଜାଣନ୍ତୁ ତିଥି

ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ରାଖିପୂର୍ଣ୍ଣିମା ପାଳନ କରାଯାଇଥାଏ ।

 ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ ଆରମ୍ଭ ହୋଇ ୨୮ ତାରିଖ ସକାଳ ୯ଟା ୪୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଶାସ୍ତ୍ରୀୟ ନିୟମ ଏବଂ ଉଦୟାତିଥିର ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ହିଁ ରକ୍ଷାବନ୍ଧନର ଏହି ପବିତ୍ର ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯିବ।

ସନାତନ ଧର୍ମରେ ରାଖିପୂର୍ଣ୍ଣିମା ହେଉଛି ଭାଇ,ଭଉଣୀଙ୍କ ଅତୁଟ ପ୍ରେମ, ବିଶ୍ୱାସ ଏବଂ ସୁରକ୍ଷାର ସଂକଳ୍ପ ନେବାର ଏକ ଅତ୍ୟନ୍ତ ପବିତ୍ର ପର୍ବ। ଏହି ଦିନ ଭଉଣୀ ନିଜ ଭାଇର ଶୁଭ ମନାସି ସୁଖ-ସମୃଦ୍ଧି ଏବଂ ଦୀର୍ଘାୟୁ କାମନା କରି ନକାରାତ୍ମକ ଶକ୍ତିରୁ ରକ୍ଷା କରିବା ପାଇଁ ତା’ର ହାତରେ ରକ୍ଷାସୂତ୍ର ବା ରାଖୀ ବାନ୍ଧିଥାଏ। ବଦଳରେ ଭାଇ ମଧ୍ୟ ଜୀବନର ପ୍ରତ୍ୟେକ ସଙ୍କଟ ସମୟରେ ଭଉଣୀର ସୁରକ୍ଷା କରିବାକୁ ଏବଂ ସଦାସର୍ବଦା ତା’ ସହିତ ଛାଇ ଭଳି ଛିଡ଼ା ହେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଥାଏ। ତେବେ ୨୦୨୬ ମସିହାରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ଏହି ପର୍ବ କେବେ ପାଳନ କରାଯିବ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ରାଖିପୂର୍ଣ୍ଣିମା ପାଳନ କରାଯାଇଥାଏ । ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ ଆରମ୍ଭ ହୋଇ ୨୮ ତାରିଖ ସକାଳ ୯ଟା ୪୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଶାସ୍ତ୍ରୀୟ ନିୟମ ଏବଂ ଉଦୟାତିଥିର ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ହିଁ ରକ୍ଷାବନ୍ଧନର ଏହି ପବିତ୍ର ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯିବ। ୨୮ ତାରିଖ ସକାଳେ ହିଁ ପୂର୍ଣ୍ଣିମା ତିଥି ହୋଇଥିବାରୁ ଏହି ଦିନ ରାଖି ବାନ୍ଧିବା ପାଇଁ ସର୍ବୋତ୍ତମ ଓ ଶାସ୍ତ୍ରସମ୍ମତ ବୋଲି ଗ୍ରହଣ କରାଯାଇଛି। ଶାସ୍ତ୍ର ଅନୁଯାୟୀ, ଭଦ୍ରା କାଳ ସମୟରେ ରାଖି ବାନ୍ଧିବା ଅଶୁଭ ବୋଲି ବିଚାର କରାଯାଏ ତେଣୁ ଶୁଭ ମୁହୂର୍ତ୍ତରେ ହିଁ ରକ୍ଷାସୂତ୍ର ବାନ୍ଧିବା ଉଚିତ । ୨୭ ତାରିଖ ସକାଳ ୯ଟା ୮ ମିନିଟରୁ ରାତି ୯ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଭଦ୍ରା କାଳର ପ୍ରଭାବ ରହିବ ଯାହାଫଳରେ ସେହିଦିନ ରାଖି ବାନ୍ଧିବା ଶୁଭ ନୁହେଁ। କିନ୍ତୁ ୨୮ ତାରିଖ ଦିନ ରକ୍ଷାବନ୍ଧନ ସମ୍ପୂର୍ଣ୍ଣ ଭାବେ ଭଦ୍ରା ଦୋଷରୁ ମୁକ୍ତ ରହିବ। ଏହିଦିନ ସକାଳ ୫ଟା ୫୭ ମିନିଟ୍‌ରୁ ସକାଳ ୯ଟା ୪୮ ମିନିଟ୍‌ ପର୍ଯ୍ୟନ୍ତ ରାଖୀ ବାନ୍ଧିବା ପାଇଁ ସର୍ବୋତ୍ତମ ଓ ସବୁଠାରୁ ଶୁଭ ସମୟ ରହିଛି। 

ସନାତନ ଧର୍ମରେ ରାଖିପୂର୍ଣ୍ଣିମା ହେଉଛି ଭାଇ,ଭଉଣୀଙ୍କ ଅତୁଟ ପ୍ରେମ, ବିଶ୍ୱାସ ଏବଂ ସୁରକ୍ଷାର ସଂକଳ୍ପ ନେବାର ଏକ ଅତ୍ୟନ୍ତ ପବିତ୍ର ପର୍ବ। ଏହି ଦିନ ଭଉଣୀ ନିଜ ଭାଇର ଶୁଭ ମନାସି ସୁଖ-ସମୃଦ୍ଧି ଏବଂ ଦୀର୍ଘାୟୁ କାମନା କରି ନକାରାତ୍ମକ ଶକ୍ତିରୁ ରକ୍ଷା କରିବା ପାଇଁ ତା’ର ହାତରେ ରକ୍ଷାସୂତ୍ର ବା ରାଖୀ ବାନ୍ଧିଥାଏ। ବଦଳରେ ଭାଇ ମଧ୍ୟ ଜୀବନର ପ୍ରତ୍ୟେକ ସଙ୍କଟ ସମୟରେ ଭଉଣୀର ସୁରକ୍ଷା କରିବାକୁ ଏବଂ ସଦାସର୍ବଦା ତା’ ସହିତ ଛାଇ ଭଳି ଛିଡ଼ା ହେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଥାଏ। ତେବେ ୨୦୨୬ ମସିହାରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ଏହି ପର୍ବ କେବେ ପାଳନ କରାଯିବ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି। 

ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ହେଉଛି ରାଖିପୂର୍ଣ୍ଣିମା। ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ପର୍ବ ପାଳନ କରାଯାଏ। ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କର ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରିଥାଏ। ଭାଇ ମଧ୍ୟ ଭଉଣୀଙ୍କ ସୁରକ୍ଷା କରିବାର ସଂକଳ୍ପ ନେଇଥାଏ।

ତେବେ ୨୦୨୬ରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ରାଖିପୂର୍ଣ୍ଣିମା କେଉଁ ଦିନ ପାଳନ ହେବ, ଏହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି।

ରାଖିପୂର୍ଣ୍ଣିମାର ମହତ୍ତ୍ୱ

ସନାତନ ଧର୍ମରେ ରାଖିପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀଙ୍କ ସ୍ନେହ ଓ ପରସ୍ପର ବିଶ୍ୱାସର ପ୍ରତୀକ। ଏହି ଦିନ ଭଉଣୀ ଭାଇଙ୍କ କପାଳରେ ତିଳକ ଲଗାଇ ଆରତି କରିବା ପରେ ତାଙ୍କ ହାତରେ ରାଖୀ ବାନ୍ଧିଥାଏ। ଭାଇ ଭଉଣୀଙ୍କୁ ଉପହାର ଦେବା ସହ ତାଙ୍କର ସୁରକ୍ଷା ଓ ସୁଖ ପାଇଁ ପ୍ରତିଶ୍ରୁତି ଦେଇଥାଏ।

ପରିବାରରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରୁଥିବା ଏହି ପର୍ବକୁ ନେଇ ଏବେଠାରୁ ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି।

What's Your Reaction?

like

dislike

love

funny

angry

sad

wow