ଅଶାନ୍ତ ଭଦ୍ରକ: ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

Sep 29, 2024 - 12:09
 0  6
ଅଶାନ୍ତ ଭଦ୍ରକ: ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ଅଶାନ୍ତ ଭଦ୍ରକରେ ୧୬୩ ଧାରା ରହିଛି ବଳବତ୍ତର । ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଶାନ୍ତି ବଜାଇ ରଖିବାକୁ ଲୋକଙ୍କୁ ଅପିଲ୍ କରିଛି   ଜିଲ୍ଲା ପ୍ରଶାସନ। ଶନିବାର ବିଳମ୍ବିତ ରାତିରେ ଫ୍ଲାଗ୍‌ମାର୍ଚ୍ଚ କରିଛି ଭଦ୍ରକ ପୋଲିସ ଏବଂ ରାପିଡ୍ ଆକ୍ସନ ପୋଲିସ୍  । ଭଦ୍ରକ ଜିଲ୍ଲାର ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଥିବାବେଳେ ୪୮ ଘଣ୍ଟା ପାଇଁ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । କୌଣସି ପ୍ରକାର ଅପ୍ରିତିକର ଘଟଣା ନଘଟିବା ପାଇଁ ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ହୋଇଛନ୍ତି ମୁତୟନ ।ସେହିପରି ଧାମନଗର ଓ ଦୋବଲରେ ମୁତୟନ ହୋଇଛନ୍ତି  ୬ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ । ବିଭ୍ରାନ୍ତି କର ପୋଷ୍ଟ୍ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଦଳ। ଅନ୍ୟପଟେ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ପୋଲିସ ଗିରଫ କରିଥିବା  ସୂଚନା ଦେଇଛନ୍ତି ଭଦ୍ରକ ଏସପି। 

What's Your Reaction?

like

dislike

love

funny

angry

sad

wow