ଅସ୍ତ୍ରବିରତି ପରେ ସେୟାର ବଜାରରେ ଉତ୍ସାହ
ଭାରତ ପାକିସ୍ତାନ ଅସ୍ତ୍ରବିରତି ପରେ ସେୟାର ବଜାରରେ ଉତ୍ସାହ। ଆଜି ସବୁଜରୁ ଖୋଲିଥିଲା ବଜାର। ସେନସେକ୍ସ ୨୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ୭୦୦ ପଏଣ୍ଟରୁ ଅଧିକ ବଢ଼ିଛି ନିଫଟି । ସେନସେକ୍ସ ୮୧ ହଜାର ୭୦୦ ଟପିଥିବା ବେଳେ ନିଫଟି ମଧ୍ୟ ୨୪ ହଜାର ୭୦୦ ପଏଣ୍ଟ କରିଛି ପାର୍ । ସେୟାର ବଜାର ପାଇଁ ଆଉ ଏକ ଖୁସି ଖବର ହେଲା- ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ପାଇଁ ଆମେରିକା ଓ ଚୀନ ମଧ୍ୟରେ ହୋଇଛି ଏକ ଚୁକ୍ତି । ଏହା ପରେ ଆମେରିକା ଓ ଚୀନ ମଧ୍ୟରେ ଯେଉଁ ଶୁଳ୍କ ଯୁଦ୍ଧ ଚାଲିଥିଲା, ତାହା ବନ୍ଦ ହେବାର କରାଯାଉଛି ଆଶା । ଏହି କାରଣରୁ ମଧ୍ୟ ବଜାରରେ ଆଶ୍ଵସ୍ତ ସହ ବଢିଛି କାରବାର । କେବଳ ଭାରତ ନୁହେଁ, ହଂକଂ, ସାଙ୍ଘାଇ, ସିଡନି, ସିଓଲ୍ ତାଇପେଇ ଏବଂ ୱେଲିଂଟନରେ ମଧ୍ଯ ବଢ଼ିଛି ସେୟାର ବଜାର। କିନ୍ତୁ ଜାପାନର ଟୋକିଓରେ ଦେଖା ଦେଇ ନାହିଁ ଏହି ଉତ୍ସାହ ।
What's Your Reaction?