ଆଉ ଦିନେ ହେବ ପ୍ରବଳ ଶୀତ

Jan 4, 2025 - 13:57
 0  11
ଆଉ ଦିନେ ହେବ ପ୍ରବଳ ଶୀତ

ଆଉ ଦିନେ ହେବ ପ୍ରବଳ ଶୀତ। ୬ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଏବେ ଉପକୂଳ ଅପେକ୍ଷା ଅଧିକ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। କାଲି ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏଭଳି ଜାଡ଼ । ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଅଧିକ ଶୀତ ହେଉଛି ଅନୁଭୂତ। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ରହିଛି ସମ୍ଭାବନା । ଫଳରେ ରାଜ୍ଯକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିବ। ପ୍ରଭାବରେ ଦୁଇ ଦିନ ପରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

What's Your Reaction?

like

dislike

love

funny

angry

sad

wow