ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ

Jan 12, 2025 - 12:00
 0  1
ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ

ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ। ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି ସହ ଶ୍ରୀମନ୍ଦିରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ରଖାଯାଇଛି ସ୍ଥଗିତ ।ଏହି ସମୟରେ ଶ୍ରୀମନ୍ଦିରରେ ବଢିପାରେ ଭକ୍ତଙ୍କ ସମାଗମ । ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

What's Your Reaction?

like

dislike

love

funny

angry

sad

wow