ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍

Jan 12, 2025 - 13:31
 0  5
ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍

ମହାକୁମ୍ଭ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଯୋଧ୍ୟା ଏବଂ ପ୍ରୟାଗରାଜକୁ ଗଡ଼ିଲା ୮ଟି ସ୍ବତନ୍ତ୍ର ବସ୍ । ଆଭାସି ବ୍ୟବସ୍ଥା ମାଧ୍ଯମରେ ଏହି ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ପୁରୀ ଏବଂ ବ୍ରହ୍ମପୁରରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍ ସେବା ଆରମ୍ଭ କରାଯାଇଥିବାବେଳେ ଭୁବନେଶ୍ବର ଓ ସମ୍ବଲପୁରରୁ ପ୍ରୟାଗରାଜକୁ ଗଡ଼ିଛି ବସ୍ । ଅଯୋଧ୍ୟା ସହ ପ୍ରୟାଗରାଜକୁ ମଧ୍ୟ ଯିବେ ଶ୍ରଦ୍ଧାଳୁ । ଏହି ବସ୍‌ରେ ମିଳିବ ସମସ୍ତ ପ୍ରକାର ସୁବିଧା । ଆଗକୁ ଲୋକଙ୍କ ଚାହିଦା ଦେଖି ବସ୍ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow