କାନାଡାର ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରିଲେ ଅନିତା ଆନନ୍ଦ

କାନାଡାର ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରିଗଲେ ଅନିତା ଆନନ୍ଦ । ଏ ସମ୍ପର୍କୀତ ଏକ ବିବୃତ୍ତି ଜାରି କରି ପରିବହନ ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି ଯେ, ଏବେ ପ୍ରଧାନମନ୍ତ୍ରୀ ତାଙ୍କର ପରବର୍ତ୍ତୀ ଅଧ୍ୟାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି, ମୁଁ ମଧ୍ୟ ନିଷ୍ପତ୍ତି ନେଇଛି ଯେ, ଏହା ମୋ ପାଇଁ ସଠିକ ସମୟ। ମୁଁ ଏବେ ମୋର ପୁରୁଣା ବୃତ୍ତିଗତ ଜୀବନକୁ ଫେରିବାକୁ ଚାହୁଁଛି, ଯେଉଁଥିରେ ଶିକ୍ଷାଦାନ, ଗବେଷଣା ଏବଂ ସାର୍ବଜନୀନ ନୀତି ବିଶ୍ଳେଷଣ ଥିଲା ସାମିଲ ।ସେପଟେ ନିର୍ବାଚନ ବିରୋଧୀ କଞ୍ଜରଭେଟିଭ ପାର୍ଟି ଏବଂ ଏହାର ନେତା ପିୟରେ ମାର୍ସେଲ ପୋଇଲିଭରେଙ୍କ ସପକ୍ଷରେ ଥିବାରୁ, ଲିବରାଲ ପାର୍ଟିର ନେତୃତ୍ୱ ଏବଂ ପ୍ରଧାନମନ୍ତ୍ରୀ ପଦ ସମ୍ପର୍କରେ ଜଟିଳ ହେବାରେ ଲାଗିଛି ପରିସ୍ଥିତି।ଏହାରି ମଧ୍ୟରେ, ଅନ୍ୟ ଦୁଇ ପ୍ରମୁଖ ନେତା, ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଏବଂ ଅର୍ଥମନ୍ତ୍ରୀ ଡୋମିନିକ ଲେବ୍ଲା ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରୁ ଓହରି ଯିବାକୁ ନେଇଛନ୍ତି ନିଷ୍ପତ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଘୋଷଣା କରିବା ପରେ ଘଟୁଛି ଏସବୁ ଘଟଣା।
What's Your Reaction?






