ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ
![ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ](https://kalingascroll.in/uploads/images/202406/image_870x_6667f7a99ee1a.jpg)
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ। ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି ସହ ଶ୍ରୀମନ୍ଦିରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ରଖାଯାଇଛି ସ୍ଥଗିତ ।ଏହି ସମୟରେ ଶ୍ରୀମନ୍ଦିରରେ ବଢିପାରେ ଭକ୍ତଙ୍କ ସମାଗମ । ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)