ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ
ଭୁଶୁଡୁଛି ଲାଲ୍ଗଡ଼। ଛତିଶଗଡ଼ ନକ୍ସଲ ସଂଗଠନର ଜଣେ ହାର୍ଡକୋର ମାଓବାଦୀ ନିଜର ଆତ୍ୟାଧୁନିକ ବନ୍ଧୁକ ସହ ମାଲକାନଗିରି ଏସ୍ପିଙ୍କ ନିକଟରେ କରିଛନ୍ତି ଆତ୍ମସମର୍ପଣ। ଛତିଶଗଡ଼ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଦଲଦଲି ଅଞ୍ଚଳର ଅନେକ ହିଂସାକାଣ୍ଡରେ ଜଡିତ ଥିଲେ ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡ୍କାମୀ।ତାଙ୍କ ଉପରେ ରହିଥିଲା ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଆତ୍ମସର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ।
What's Your Reaction?