ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା

Feb 3, 2026 - 16:08
 0  0
ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା

ଲଘୁ ଖଣିଜ ସଂପଦ ପାଇଁ ଆସିଲା ନୂଆ ନିୟମ । ଏଣିକି ନିଲାମ ନୁହେଁ, ଇ-ଲଟେରୀରେ ମିଳିବ ଖଣି ଲିଜ୍ । ଏମ୍ଏସ୍ପି ଆଧାରରେ ମିଳିବ ବାଲି ଏବଂ ପଥର । ଧାର୍ଯ୍ୟ ମୂଲ୍ୟରୁ ଅଧିକ ଟଙ୍କା ନେଇ ପାରିବେନି ଲିଜ୍‌ଧାରୀ ।ସରକାରଙ୍କ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ଅଧିକ ମୂଲ୍ୟରେ ବିକିଲେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ଜରିମାନା।ସେହିପରି ଲିଜ୍ ସୀମା ଉପରେ ରହିବ କଟକଣା।ଏକାଧିକ ଖଣିକୁ କବଜା କରି ପାରିବେନି ଜଣେ ବ୍ୟକ୍ତି ବା ପରିବାର।ଜଣେ ଆବେଦନକାରୀ ଗୋଟିଏ ଜିଲ୍ଲାରେ ରଖିପାରିବେ ସର୍ବାଧିକ ୩ଟି ଖଣି।ରାଜ୍ୟରେ ସର୍ବାଧିକ ୫ଟି ଖଣିର ମାଲିକ ହୋଇପାରିବେ ଜଣେ ବ୍ୟକ୍ତି।ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ହେବ ସ୍ବତନ୍ତ୍ର ପୋର୍ଟାଲ୍ ବ୍ୟବସ୍ଥା ।ଖଣି ଚିହ୍ନଟଠାରୁ ଆରମ୍ଭ କରି ଟ୍ରାଞ୍ଜିଟ୍ ପାସ୍ ପର୍ଯ୍ୟନ୍ତ ସବୁକିଛି ହେବ ଅନଲାଇନ୍। ସରକାରଙ୍କୁ ରୟାଲଟି ଓ ଅତିରିକ୍ତ ଶୁଳ୍କ ଦେବେ ଖଣି ମାଲିକ।ଖଣି ଉତ୍ତୋଳନ କରନ୍ତୁ ବା ନକରନ୍ତୁ, ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ଉପରେ ଦେବେ ଶୁଳ୍କ।।ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଖଣି ଲିଜ୍ ରଦ୍ଦ ହେବା ସହ ଖଣି ମାଲିକଙ୍କୁ କରାଯିବ କଳା ତାଲିକା ଭୁକ୍ତ ।ବେଆଇନ ଖଣି ଖନନ ରୋକିବାକୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । 


What's Your Reaction?

like

dislike

love

funny

angry

sad

wow