ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ଆମେରିକା,
ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଆମେରିକା । ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ସେ ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏହାକୁ ଲୁଚାଇ ଥିବା ନେଇ ତାଙ୍କ ବିରୋଧରେ ଉଠିଛି ଅଭିଯୋଗ। ଏହି ଘଟଣାରେ ଗୌତମ ଅଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ , ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ ଲିମିେଟେଡର କାର୍ଯ୍ୟନିର୍ବାହୀ ସିରିଲ କାବାନ୍ସଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ । ରିପୋର୍ଟରେ କୁହାଯାଇଛି ଯେ, ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ଦେଇଥିଲେ ପ୍ରାୟ ୨୬୫ ନିୟୁତ ଡଲାର୍ ଲାଞ୍ଚ ।ଦାବି କରାଯାଉଛି ଯେ, ଏ ସମଗ୍ର ମାମଲା କୋଟି କୋଟି ଡଲାରର ଲାଭ ସହ ଜଡିତ। ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିନାମା ମାଧ୍ୟମରେ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା ଆଦାନୀ ଗ୍ରୁପ୍।
What's Your Reaction?