ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Sep 14, 2024 - 15:36
 0  1
ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଆରଜି କର ହାସପାତାଳରେ ତାଲିମ୍ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିରେ ବସିଥିବା ଆନ୍ଦୋଳନରତ କନିଷ୍ଠ ଡାକ୍ତରଙ୍କୁ ଆଜି ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, "ମୁଁ ଏଠାକୁ ଆପମାଣଙ୍କ 'ଦିଦି' ଭାବରେ ଆସିଛି, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ। ମୋ ପଦବୀ ବଡ଼ ନୁହେଁ। ଲୋକଙ୍କ ପଦ ସବୁଠୁ ଉପରେ। ଗତକାଲି ପ୍ରବଳ ବର୍ଷାରେ ବି ଆପଣମାନେ ଏଠାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ, ସେଥିପାଇଁ ମୁଁ କାଲି ରାତିସାରା ଶୋଇନାହିଁ। ମୁଁ ଏଠାକୁ କହିବାକୁ ଆସିଛି ଯେ ଦୟାକରି ଏପରି କରନ୍ତୁ ନାହିଁ। ଆପଣମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ମୁଁ ଦେଉଛି ପ୍ରତିଶୃତି।"ମୁଁ ଏନେଇ ସିବିଆଇକୁ ପଚାରିବି ଏବଂ ସେମାନଙ୍କୁ ଅନୁରୋଧ କରିବି। ଦୟାକରି ମୋତେ କିଛି ସମୟ ଦିଅନ୍ତୁ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।



What's Your Reaction?

like

dislike

love

funny

angry

sad

wow