ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି

Jan 26, 2025 - 17:16
 0  2
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି

ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପୁଣି ଆକ୍ତାମାକ୍ତା କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୪ ଟି ଜିଲ୍ଲା ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କେରାପୁଟ କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା  । ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ,  କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଜାରି କରାଯାଇଛି ସତର୍କତା । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଦୃଶ୍ୟମାନ। କିଛି ଅଞ୍ଚଳରେ ଶୂନ୍ୟ ଦୃଶ୍ୟମାନତା ହେବାର ରହିଛି ସମ୍ଭାବନା  ।

What's Your Reaction?

like

dislike

love

funny

angry

sad

wow