ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି

Jan 26, 2025 - 17:19
 0  3
ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି। ଏନେଇ ସାଧାରଣତନ୍ତ୍ର ଦିବସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ  ହେବାକୁ ଯାଉଛି ବ୍ୟାପକ ପରିବର୍ତ୍ତନ। ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆଗାମୀ ୪ ବର୍ଷ ମଧ୍ୟରେ ପ୍ରତି ପଂଚାୟତରେ ଖୋଲିବ ଗୋଟିଏ ସ୍କୁଲ । ଏଥିପାଇଁ ଖର୍ଚ୍ଚ ହେବ  ୧୨ ହଜାର କୋଟି। ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ସରକାର । ଆଗାମୀ ୫ ବର୍ଷ ଓଡ଼ିଆର ଭିତ୍ତିଭୂମି ବିକାଶ ପାଇଁ ରହିଛି  ସୁବର୍ଣ୍ଣ ସୁଯୋଗ । ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିବର୍ଷ ହଜାରେ କୋଟି ଟଙ୍କା ହେବ ଖର୍ଚ୍ଚ । ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସମ୍ମାନ ଦେଇ ପେନସନ ରାଶିକୁ କରାଯାଇଛି ବୃଦ୍ଧି । ଗଣତନ୍ତ୍ର, ସମ୍ବିଧାନର ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ। ଅନ୍ୟାୟ, ଗର୍ବ ଓ ଅହଂକାର ବିରୋଧରେ ଅସ୍ମିତାର ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

What's Your Reaction?

like

dislike

love

funny

angry

sad

wow